ଭୁବନେଶ୍ୱର,୦୮/୧୧: ଦୀପାବଳିରେ ରାଜଧାନୀ ଭୁବନେଶ୍ୱରରେ ଆତଙ୍କ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଲାସପଲ୍ଲୀରେ ବୋମାମାଡ଼ ସହ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଥାନା ଅନ୍ତର୍ଗତ ଲେନ୍-୧୩ରେ ଥିବା ଶ୍ରୀଧର ମହାରଣାଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏହି ଆକ୍ରମଣ କରିଛନ୍ତି । ଏଥିରେ ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, କୁକୁଟେଶ୍ୱର ଅଞ୍ଚଳର ପ୍ରାୟ ୧୨ ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ଶ୍ରୀଧର ମହାରଣାଙ୍କ ଘରେ ପଶିଥିଲେ । ଏହାପରେ ସେମାନେ ପରିବାର ଲୋକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ । ଏପରିକି ଖଣ୍ଡାରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।