ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଘୋଷଣା

ନୂଆଦିଲ୍ଲୀ,୦୯/୧୧: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଘୋଷଣା କରିଛି ବିସିସିଆଇ । ଡିସେମ୍ବର ୨୦୨୬ରେ ହେବାକୁ ଥିବା ଏହି ଗସ୍ତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-୨୦—ତିନୋଟି ଫର୍ମାଟ୍‌ରେ ସ୍ମୃତି ମନ୍ଧାନାଙ୍କୁ ଅଧିନାୟିକା ଦାୟିତ୍ୱ ମିଳିଛି ।

ଡିସେମ୍ବର ୯ରୁ ଗ୍କେବେରହାରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ଏହାପରେ ଡିସେମ୍ବର ୧୬ରୁ ୨୨ ତାରିଖ ଯାଏଁ ପାର୍ଲ, କେପ୍‌ଟାଉନ୍‌ ଓ ବ୍ଲୁମ୍‌ଫଣ୍ଟେନ୍‌ରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ସେହିପରି ଡିସେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ବେନୋନି ଓ ପୋଚେଫଷ୍ଟ୍ରୁମ୍‌ରେ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ ।

ଭାରତୀୟ ଟେଷ୍ଟ ଦଳ
ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ, ହରଲିନ୍‌ ଦେଓଲ, ରିଚା ଘୋଷ (ୱିକେଟ୍‌କିପର), ୟାସ୍ତିକା ଭାଟିଆ (ୱିକେଟ୍‌କିପର), ଦୀପ୍ତି ଶର୍ମା (ଉପଅଧିନାୟିକା), ଶ୍ରୀ ଚରଣୀ, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା, ଜିନ୍ତିମଣି କଲିତା ଓ ସାୟଲି ସତଘରେ।

ଭାରତୀୟ ଦିନିକିଆ ଦଳ
ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା, ପ୍ରତିକା ରାୱଲ, ହରମନପ୍ରୀତ କୌର, ଜେମିମା ରୋଡ୍ରିଗ୍ସ, ହରଲିନ୍‌ ଦେଓଲ, ରିଚା ଘୋଷ (ୱିକେଟ୍‌କିପର), ୟାସ୍ତିକା ଭାଟିଆ (ୱିକେଟ୍‌କିପର), ଦୀପ୍ତି ଶର୍ମା (ଉପଅଧିନାୟିକା), ଶ୍ରୀ ଚରଣୀ, ବୈଷ୍ଣବୀ ଶର୍ମା, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା, ଜିନ୍ତିମଣି କଲିତା ଓ ସାୟଲି ସତଘରେ।

ଭାରତୀୟ ଟି-୨୦ ଦଳ
ସ୍ମୃତି ମନ୍ଧାନା (ଅଧିନାୟିକା), ଶେଫାଳି ବର୍ମା (ଉପଅଧିନାୟିକା), ଜେମିମା ରୋଡ୍ରିଗ୍ସ, ହରମନପ୍ରୀତ କୌର, ନିକି ପ୍ରସାଦ, ରିଚା ଘୋଷ (ୱିକେଟ୍‌କିପର), ଜି. କମଳିନୀ (ୱିକେଟ୍‌କିପର), ଅନୁଷ୍କା ଶର୍ମା, ଦୀପ୍ତି ଶର୍ମା, ଶ୍ରୀ ଚରଣୀ, ପ୍ରେମା ରାୱତ, ଅମନଜୋତ କୌର, କ୍ରାନ୍ତି ଗୌଡ଼, ନନ୍ଦିନୀ ଶର୍ମା, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ ଓ ସାୟଲି ସତଘରେ ।

Leave a Reply

Your email address will not be published. Required fields are marked *