ଭୁବନେଶ୍ୱର,୧୨/୧୦: କଲେଜରେ କିଏ ହେବ ଛାତ୍ରଛାତ୍ରୀଙ୍କ ନୂଆ ନେତା? କାହା ହାତକୁ ଯିବ ଛାତ୍ର ସଂସଦର ଦାୟିତ୍ୱ? ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ସବୁ କଲେଜ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଏବେ ନିର୍ବାଚନୀ ଉଷ୍ମତା । ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ପ୍ରାର୍ଥୀମାନେ ଚଳାଇଛନ୍ତି ଜୋରଦାର ପ୍ରଚାର । କ୍ୟାମ୍ପସରୁ କ୍ୟାଣ୍ଟିନ୍, କ୍ଲାସରୁମ୍ରୁ କଲେଜ ପରିସର ସବୁଠି ଏବେ ନିର୍ବାଚନକୁ ନେଇ ଚର୍ଚ୍ଚା। ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସମର୍ଥନ ହାସଲ କରିବାକୁ ପ୍ରାର୍ଥୀମାନେ ଲାଗିପଡ଼ିଛନ୍ତି । କିଏ ନିଜର ଯୋଜନା ଓ ପ୍ରତିଶ୍ରୁତି ନେଇ ଭୋଟରଙ୍କୁ ମନାଉଛନ୍ତି ତ ଆଉ କିଏ ସାଙ୍ଗସାଥୀଙ୍କ ସହ ମିଶି ପ୍ରଚାରକୁ ଜୋରଦାର କରୁଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ଭୋଟରଙ୍କ ସମର୍ଥନ ପାଇବାକୁ ଚାଲିଛି ପ୍ରୟାସ । ପ୍ରାର୍ଥୀମାନେ ନିର୍ବାଚନ ପାଇଁ ସମୟ କମ୍ ଥିବାରୁ ପ୍ରଚାରକୁ ଆହୁରି ଗତିଶୀଳ କରିଛନ୍ତି ।