ମୁମ୍ବାଇରେ ସିଏନ୍‌ଜିର ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ,?

ନୂଆଦିଲ୍ଲୀ,୩୦/୦୫: ରାଷ୍ଟ୍ରାୟତ୍ତ ଗ୍ୟାସ୍ ବିତରକ ମହାନଗର ଗ୍ୟାସ୍ ଲିମିଟେଡ୍ (ଏମ୍‌ଜିଏଲ୍) ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍(ଏମ୍ଏମ୍ଆର)ରେ ସିଏନ୍‌ଜିର ମୂଲ୍ୟ ବୃଦ୍ଧି କରିଥିବା ନେଇ ଗୋଷଣା କରିଛି। ଖୁଚୁରା ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ୍ ପିଛା ୨ ଟଙ୍କା ବୃଦ୍ଧି ପାଇଛି ।  ମୁମ୍ବାଇ, ଥାଣେ, ନଭି ମୁମ୍ବାଇ ଏବଂ ଏମଏମଆରର ଅନ୍ୟାନ୍ୟ ସ୍ଥାନରେ ସିଏନ୍‌ଜିର ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ ୮୬ ଟଙ୍କା ହୋଇଛି। ଶେଷ ଥର ପାଇଁ ମୂଲ୍ୟ ପରିବର୍ତ୍ତନ ମେ’ ୧୪ ତାରିଖରେ ହୋଇଥିଲା, ଯେତେବେଳେ ଦର କିଲୋଗ୍ରାମ ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏମ୍‌ଜିଏଲ୍ ବର୍ତ୍ତମାନ ମୁମ୍ବାଇ, ଥାଣେ, ନଭି ମୁମ୍ବାଇ, କଲ୍ୟାଣ, ରାୟଗଡ଼, ରତ୍ନଗିରି, ଚିତ୍ରଦୁର୍ଗ, ଦାଭାଙ୍ଗେରେ, ଲାଟୁର ଏବଂ ଓସମାନବାଦକୁ ସିଏନ୍‌ଜି ଯୋଗାଣ କରୁଛି।

Leave a Reply

Your email address will not be published. Required fields are marked *