ଯାଜପୁର କଳିଙ୍ଗନଗରେ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୧୦: ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିଳ୍ପ ବିକାଶର ପେଡ଼ି ଖୋଲିଥିଲେ । ତାଙ୍କ ପେଡ଼ିରୁ ବାହାରିଥିବା ତଥ୍ୟ ମୁତାବକ ମୋଟ ୩୯,୩୮୩ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୪୨,୫୧୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଇସ୍ପାତ ଓ ଧାତୁ, ରସାୟନ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ, ବାୟୋଫ୍ୟୁଏଲ୍‌, ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଆଇଟି, ଲଜିଷ୍ଟିକ୍ସ, ପର୍ୟ୍ୟଟନ, ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ଏହି ପ୍ରକଳ୍ପ ୧୪ଟି ଜିଲ୍ଲାରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ନୂଆ ଗତି ଦେବ। ଏହାସହ ସଭାସ୍ଥଳରୁ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପ ହେଉଥିବା ସ୍ଥାନରେ ଆଞ୍ଚଳିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଶିଳ୍ପପତିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ୨୪ ବର୍ଷୀୟା ସରକାରରେ ଶିଳ୍ପ ଏକ ସ୍ଲୋଗାନରେ ସୀମିତ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷୀୟା ସରକାର ଶିଳ୍ପ କ୍ଷେତ୍ରରେ କଣ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେକ ଇନ ଓଡିଶା କରୁଥିଲେ, ସେଥିରେ କେତେ ଟଙ୍କା ଆସିଥିଲା, କେତେ ନିଯୁକ୍ତି ଆସିଥିଲା । ୨୪ ବର୍ଷୀୟା ସରକାରରେ କଣ କଣ ହୋଇଥିଲା ? କେବଳ ଶିଳ୍ପ ଏକ ସ୍ଲୋଗାନରେ ସୀମିତ ରହିଯାଇଥିଲା ।

Leave a Reply

Your email address will not be published. Required fields are marked *