ଭୁବନେଶ୍ୱର, ୨୫/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲି ।ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ ସୁଯୋଗର ସମ୍ପ୍ରସାରଣ ଏବଂ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ନେବା ସମ୍ପର୍କରେ ଆମ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ଏହାସହ ଓଡ଼ିଶାବାସୀଙ୍କ ସେବାରେ ଆମ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଦର ଆମନ୍ତ୍ରଣ ଜଣାଇଲି। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ନିମନ୍ତେ ଆନ୍ତରିକ ଧନ୍ୟବାଦ ।