ଭୁବନେଶ୍ୱର,୦୭/୦୬:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଭୁବନେଶ୍ୱରରେ ରହୁଥିବା ଚନ୍ଦ୍ରିକାଙ୍କ ପିଉସୀ ଝିଅ ଭଉଣୀ ଖୋଲିଲେ ସାଙ୍ଘାତିକ ସତ । ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁ ମଧ୍ୟରେ ମନୋମାଳିନ୍ୟ ପର ଠାରୁ ଡାଏରୀ ଲେଖୁଥିଲେ ଚନ୍ଦ୍ରିକା । ଯାହାକି ଚନ୍ଦ୍ରିକା ଏବଂ ତାଙ୍କ ପିଉସୀ ଝିଅ ଭଉଣୀ ରଶ୍ମିତା ଗୋଟିଏ ପ୍ରକାର ଡାଏରୀ କିଣିଥିଲେ । ସେହି ଡାଏରୀରେ ଚନ୍ଦ୍ରିକା ସବୁ ଲେଖୁଥିଲେ, ଯାହାକୁ ଦେଖିବା ପାଇଁ ଅନେକ ଥର ରଶ୍ମିତା ମାଗିଥିଲେ ସୁଦ୍ଧା ସେ ଦେଇ ନ ଥିଲେ । ଏପରିକି ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ଚନ୍ଦ୍ରିକା ସେହି ଡାଏରୀ ନେଇ ଲେଖିଥିବା କହିଛନ୍ତି ତାଙ୍କ ଭଉଣୀ ।ସବୁଠୁ ବଡ଼ କଥା ହେଉଛି ସେହି ଡାଏରୀ ତାଙ୍କ ଘରେ ନାହିଁ କିମ୍ବା ପୋଲିସ ଜବତ କରିଥିବା ତାଙ୍କ ବ୍ୟାଗରେ ନାହିଁ । ଯାହା ରଶ୍ମିତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଘଟଣା ଘଟିବା ପରେ ଭଉଣୀର ଫୋଟ ପୁରୁଷ ବନ୍ଧୁଙ୍କୁ ପଠାଇ କଟକ ଡାକିଥିଲେ ରଶ୍ମିତା । କିନ୍ତୁ ମେସେଜ ଦେଖିଥିଲେ ସୁଦ୍ଧା କୌଣସି ରିପ୍ଲାଇ ଦେଇ ନାହାନ୍ତି ବରଂ ଚନ୍ଦ୍ରିକା ଏବଂ ସମ୍ପର୍କୀୟଙ୍କୁ ନିଜ ସୋସିଆଲ ହ୍ୟାଣ୍ଡେଲରୁ ଅନଫୋଲୋ କରି ଦେଇଛନ୍ତି ।