ସିବିଆଇ ପଞ୍ଝାରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ

ନୂଆଦିଲ୍ଲୀ, ୦୯/୦୫: ସିବିଆଇ ପଞ୍ଝାରେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ। ଜିଏସ୍‌ଟି ସୁପରିଟେଣ୍ଡେଣ୍ଟ ଟେକ୍ନିକାଲ ଓମ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ। ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ। ଜିଏସ୍‌ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା ମାଗୁଥିଲେ ଓମ୍ ପ୍ରକାଶ। ଏନେଇ ସିବିଆଇ ପାଖରେ ଖବର ପହଞ୍ଚିବା ପରେ ଓମ୍ ପ୍ରକାଶଙ୍କୁ ଧରିବାକୁ ୨୭ ଜଣିଆ ଟିମ୍ ଗଠନ ହୋଇଥିଲା। ଠିକ୍ ଲାଞ୍ଚ ନେଉଥିବା ବେଳେ ଓମ୍ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ ଟିମ୍ । ପରେ ତାଙ୍କୁ ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *