ନୂଆଦିଲ୍ଲୀ,୧୩/୧୦: ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗନ କେନ୍ଦ୍ରମନ୍ତ୍ରୀ ପଦ ସହିତ ରାଜ୍ୟସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ‘ଏକ୍ସ’ରେ ପୋଷ୍ଟ କରି ନିଜ ଇସ୍ତଫାର କାରଣ ଲେଖିଛନ୍ତି। ସେ ଲେଖିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ମାତା ଓ ତାମିଲନାଡୁର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ସମ୍ମାନ। ଦିନମଜୁରିଆଙ୍କ ପୁଅ ଭାବେ ଜୀବନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିପରିଷଦରେ ସେବା କରିବାର ସୁଯୋଗ ମିଳିବା ମୋ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ। ଏବେ ମୁଁ ପୁଣି ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛି, ମୋ କାର୍ୟ୍ୟକର୍ତ୍ତାମାନଙ୍କ ସହ ଠିଆ ହେବାକୁ ଚାହୁଁଛି ଏବଂ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ଆହୁରି ମଜବୁତ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ଚାହୁଁଛି। ରାଷ୍ଟ୍ର ସର୍ବୋପରି, ତା’ପରେ ପାର୍ଟି, ଏବଂ ସବୁଠାରୁ ଶେଷରେ ନିଜ ସ୍ୱାର୍ଥ।