ପୁରୀରେ ତିନିଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ, ଆସନ୍ତାକାଲି ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୩/୦୬:ପୁରୀରେ ତିନିଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ୧୧ ଦେଶର ପ୍ରତିନିଧିଙ୍କୁ ସ୍ୱାଗତ କରିଛି ଶ୍ରୀକ୍ଷେତ୍ର ପୁରୀ। ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହର, ହୋଟେଲ ଓ ଭେନ୍ୟୁ ଉପରେ ସିସିଟିଭିର କଡ଼ା ନଜର ରହିଛି। ସେଫଟି, ସିକ୍ୟୁରିଟି, ସାନିଟାଇଜେଶନ ଉପରେ ଫୋକସ ଦିଆଯାଇଛି।

ଶ୍ରୀକ୍ଷେତ୍ରରେ ବିଶ୍ବ ବିପର୍ୟ୍ୟୟ ପରିଚାଳନାକୁ ନେଇ ହେଉଛି ମାନସ ମନ୍ଥନ।  ବ୍ରିକ୍ସ ବିପର୍ୟ୍ୟୟ ବିପଦ ହ୍ରାସ କାର୍ୟ୍ୟକାରୀ କମିଟି ବା ଡିଜାଷ୍ଟର ରିଡକ୍ସନ ୱାର୍କିଂ କମିଟିର ଏହା ହେଉଛି ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଏଭଳି ଏକ ଅନ୍ତର୍ଜାତୀୟ ସମ୍ମିଳନୀ। ବିପର୍ୟ୍ୟୟ ପରିଚାଳନା ସହ ପ୍ରତିରୋଧ କ୍ଷମତା ବୃଦ୍ଧି ଉପରେ କରାଯାଇଛି ଆଲୋଚନା।

ଏହି ସମ୍ମିଳନୀରେ ଯୋଗଦେଇଛନ୍ତି ଭାରତ ସମେତ ବ୍ରାଜିଲ, ରୁଷିଆ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚାଇନା, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ଭଳି ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧି।

Leave a Reply

Your email address will not be published. Required fields are marked *