ଭୁବନେଶ୍ୱର,୨୭/୦୭: ବାଲେଶ୍ୱରରୁ ଗିରଫ ହେଲେ ବିଜେଡି ନେତା ଅମରେଶ ଜେନା । ରାତିସାରା ଲକ୍ଷ୍ମୀସାଗର ପୁଲିସ କରିଥିଲା ରେଡ୍ । କାଲି ୫ ଜଣ ସହଯୋଗୀ ଗିରଫ ହୋଇଥିଲେ । କର୍ପୋରେଟର୍ ଅମରେଶ ଜେନା ଓରଫ ବାୟାଁଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ ଆସିଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା । ପୁଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମଇନା କରାଇବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି ।