ନୂଆଦିଲ୍ଲୀ,୧୭/୦୪: ଲୋକସଭାରେ ପାରିତ ହେଲାନି ସମ୍ବିଧାନ ସଂଶୋଧନ ବିଲ୍ ।ଏହାସହ ଫେଲ୍ ମାରିଲା ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍ । ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେଲା NDA । ବିଲ୍ ପାସ୍ ପାଇଁ ଆବଶ୍ୟକ ଥିଲା ୩୨୬ ଖଣ୍ଡ ଭୋଟ୍ । ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ ୫୨୮ ସଦସ୍ୟ । ସପକ୍ଷରେ ୨୯୮, ବିରୋଧରେ ପଡ଼ିଲା ୨୧୧ ଭୋଟ୍ ।ଏହାଛଡ଼ା ସମ୍ୱିଧାନ ସଂଶୋଧନ ବିଲ୍-୨୦୨୬ ବି ପାସ୍ ହୋଇପାରିଲାନି । ସପକ୍ଷରେ ପଡ଼ିଲା ୨୯୮ ଓ ବିରୋଧରେ ପଡ଼ିଲା ୨୩୦ ଭୋଟ୍ । ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ କାଟ୍ ଖାଇଲା ବିଲ୍ ।