ନୂଆଦିଲ୍ଲୀ,୧୦/୦୫: ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟ ପଦଭାର ଗ୍ରହଣ କରିବା ସହିତ ନିଜ ନିର୍ବାଚନୀ ପ୍ରତିଶ୍ରୁତି ପୁରଣ ଦିଗରେ କାମ ଆରମ୍ଭ କରିଦେଇଛନ୍ତି । ଶପଥ ନେବାର କିଛି ସମୟ ପରେ ସେ ତାଙ୍କ ସରକାର ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରାଥମିକତା ଦେବ ବୋଲି କହିଛନ୍ତି । ବିଜୟ ସର୍ବପ୍ରଥମେ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ଯୋଜନାକୁ ଅନୁମୋଦନ କରିଛନ୍ତି । ଏହା ସହ ସେ ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ବିଶେଷ ସୁରକ୍ଷା ବଳ ଗଠନ ସମ୍ପର୍କିତ ଫାଇଲରେ ମଧ୍ୟ ଦସ୍ତଖତ କରିଛନ୍ତି । ସରକାରଙ୍କ କହିବା ଅନୁସାରେ, ଏହି ବଳ ମହିଳାଙ୍କ ସହ ଜଡିତ ଅପରାଧ ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ । ସେ ଘୋଷଣା କରିଛନ୍ତି ଯେ, ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ତାମିଲନାଡୁର ଆର୍ଥିକ ସ୍ଥିତି ଉପରେ ଏକ ଶ୍ୱେତପତ୍ର ଜାରି କରାଯିବ । ବିଜୟ କହିଛନ୍ତି, “ଡିଏମକେ ସରକାର ଆମ ପାଇଁ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ି ଯାଇଛି । ପୂର୍ବତନ ସରକାର ରାଜ୍ୟ ଉପରେ କେତେ ଆର୍ଥିକ ଭାର ପକାଇଥିଲା ଏବଂ ମୁଁ କେମିତି ପରିସ୍ଥିତିରେ ଦାୟିତ୍ୱ ଗ୍ରହଣ କରିଛି, ସେଥି ଜନତାଙ୍କୁ ଜଣାଇବାକୁ ଚାହୁଁଛି ।