ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ

ଭୁବନେଶ୍ୱର,୨୯/୦୭: ଶ୍ରୀକ୍ଷେତ୍ର ପୁରୀରେ ଆଜି ପାଳନ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବେ । ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ ଓ ରଙ୍ଗ ଲଗାଇବାର ଏକ ପ୍ରାଚୀନ ପରମ୍ପରା । ଦତ୍ତ ମହାପାତ୍ର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ସେବା ସମ୍ପନ୍ନ କରନ୍ତି । ଏହା ଶ୍ରୀଜୀଉମାନଙ୍କ ଶ୍ରୀବିଗ୍ରହର ସୌନ୍ଦର୍ଯ୍ୟ ଓ ପବିତ୍ରତା ରକ୍ଷା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ନୀତି । ଆଜି ବନକଲାଗି ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବା ସହ ଦର୍ଶନ ସମୟକୁ ଧ୍ୟାନରେ ରଖି ମନ୍ଦିରକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ରାତି ୧୧ଟା ପରେ ନୀତି ସମାପ୍ତ ହେବା ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ ।

 

Leave a Reply

Your email address will not be published. Required fields are marked *