ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା, ବାହୁଡିବେ ଚତୁର୍ଦ୍ଧାବିଗ୍ରହ

ଭୁବନେଶ୍ୱର,୨୪/୦୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଆଜି ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ ବାହୁଡ଼ାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ। ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖର ଶରଧାବାଲି। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦୁର୍ଲଭ ଦର୍ଶନ ପାଇଁ ଲାଗିଲାଣି ଭକ୍ତଙ୍କ ଅସମ୍ଭବ ଭିଡ଼। ଗୁଣ୍ଡିଚା ଘରୁ ଧାଡ଼ି ପହଣ୍ଡିରେ ଝୁଲି ଝୁଲି ବାହାରିବେ ବଡ଼ଠାକୁର ବଳଭଦ୍ର, ତା’ପରେ ଦର୍ପଦଳନରେ ବିଜେ କରିବେ ମାଆ ସୁଭଦ୍ରା ଆଉ ଶେଷରେ ଆସିବେ ଚକାଆଖିଆ ।

Leave a Reply

Your email address will not be published. Required fields are marked *