ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ, ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧି ଦୌଡ଼ିଲେ

ନୂଆଦିଲ୍ଲୀ,୩୧/୦୫: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆଜି ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଭିଷେକ ନିଜ ଦଳର ଜଣେ କର୍ମୀଙ୍କୁ ଭେଟିବା ପାଇଁ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଘେରି ଆକ୍ରମଣ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯିବା ପରେ ସୁରକ୍ଷାକର୍ମୀମାନେ କଷ୍ଟକର ଭାବେ ତାଙ୍କୁ ସେଠାରୁ ସୁରକ୍ଷିତ ଭାବେ ବାହାର କରିଥିଲେ। ସୁରକ୍ଷା ପାଇଁ ତାଙ୍କୁ ହେଲମେଟ୍ ପିନ୍ଧାଇ ସେହି ସ୍ଥାନରୁ ନେଇଯାଇଥିବା କୁହାଯାଉଛି। ତାଙ୍କ ଉପରକୁ ଅଣ୍ଡା ମଧ୍ୟ ଫିଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅଭିଷେକ ବାନାର୍ଜୀଙ୍କୁ ଦେଖି “ଚୋର-ଚୋର” ନାରାବାଜି କରିଥିଲେ। ଧସ୍ତାଧସ୍ତି ମଧ୍ୟରେ ତାଙ୍କ ସାର୍ଟ ମଧ୍ୟ ଫାଟିଯାଇଥିବା କୁହାଯାଉଛି।ଏହି ଘଟଣାର କିଛି ସମୟ ପୂର୍ବରୁ ହିଁ ଅଭିଷେକ ବନାର୍ଜୀଙ୍କ ଘରେ ସିଆଇଡିର ଏକ ଟିମ୍ ପହଞ୍ଚିଥିଲା। ସେହି ସମୟରେ ଅଭିଷେକ କହିଥିଲେ, “ମୁଁ କୌଣସି ପରିସ୍ଥିତିରେ ନଇଁବି ନାହିଁ। ମୋର ଗଳା କାଟିଦେଲେ ମଧ୍ୟ ମୁଁ ନଇଁବି ନାହିଁ।”
ଏହି ବୟାନର କିଛି ସମୟ ପରେ ତାଙ୍କ ଉପରେ ହୋଇଥିବା କଥିତ ଆକ୍ରମଣ ପଶ୍ଚିମବଙ୍ଗର ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *