ନକ୍ସଲବାଦର ଅନ୍ତ ପାଇଁ  ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଭୁବନେଶ୍ୱର,୦୮/୦୨: ନକ୍ସଲବାଦର ଅନ୍ତ ପାଇଁ  ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଛତିଶଗଡ଼ ରାୟପୁରରେ ଶାହ ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗନେବେ । ନକ୍ସଲବାଦର ଅନ୍ତ ନେଇ ବିଶେଷ ଭାବେ ଆଲୋଚନା ହେବ ।ଏଥିସହ ରାଜ୍ୟର ସୁରକ୍ଷା ଏବଂ ପ୍ରାଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଉଚ୍ଚ ଅଧିକାରୀଙ୍କ ସହ ବୈଠକ କରିବେ ଶାହ। ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ରାଜ୍ୟ ଗୃହମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ସାମିଲ ହେବେ। ଗତକାଲି ସଂଧ୍ୟାରେ ଶାହ ରାୟପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଦୁଇ ମାସ ଭିତରେ ଶାହଙ୍କ ଏହା ଦ୍ବିତୀୟ ଛତିଶଗଡ଼ ଗସ୍ତ ଅଟେ ।