ଭୁବନେଶ୍ୱର,୨୫/୦୭: ଦେଶର ଅଗ୍ରଣୀ ଆଇଟି କମ୍ପାନି ଏଚ୍ ଏସିଲ ଟେକ୍ନୋଲୋଜିସ୍ ଲିମିଟେଡ୍ ଓଡ଼ିଶାରେ ଏକ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ । କମ୍ପାନି ପକ୍ଷରୁ ଏନେଇ ଓଡ଼ିଶା ସରକାର ଓ ଏଆଇ ସଂସ୍ଥା ସର୍ବମ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଲୋକସେବା ଭବନ ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଏଚ୍ସିଏଲ୍ ଟେକ୍ନୋଲୋଜିସ୍ର ମୁଖ୍ୟ ରୋଶନୀ ନାଦର ମାଲେହୋତ୍ରା ଓ ସର୍ବମର ସହ ପ୍ରତିଷ୍ଠାତା ପ୍ରତ୍ୟୁଷ କୁମାରଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଛି। ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଡେଭେଲପ୍ମେଣ୍ଟ ସେଣ୍ଟରଏଚ୍ସିଏଲ୍ ଟେକ୍ନୋଲୋଜିସ୍। ଓଡ଼ିଶାରେ ଏହାର ଗ୍ଲୋବାଲ୍ ଟେକ୍ନୋଲୋଜି ସେଣ୍ଟର୍ ଏବଂ ଓଡିଶା ସୋଭରେନ ଏଆଇ ପାର୍କରେ ଏହାର ପ୍ରଥମ ଏଆଇ ଡାଟା ସେଣ୍ଟର ସ୍ଥାପନ କରିବ। ପ୍ରସ୍ତାବିତ ଡାଟା ସେଣ୍ଟରରେ କମ୍ପାନି ୧୪,୨୫୭ କୋଟି ଟଙ୍କା ନିବେଶ କରିବ। ଏହାର ଡେଭେଲପ୍ମେଣ୍ଟ ସେଣ୍ଟର ୨୦୨୮ ସୁଦ୍ଧା କାର୍ଯ୍ୟକ୍ଷମ ହେବ।
ଆଗାମୀ ଦିନରେ କମ୍ପାନି ବହୁଭାଷୀ ଏଆଇ ଟୁଲ୍ ମଧ୍ୟ ଆଣିବ ଯାହା ସରକାରଙ୍କ ଡିଜିଟାଲ ଇଣ୍ତିଆ ଅଭିଯାନକୁ ସମର୍ଥନ କରିବ। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।