ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍, ମୃତକ ଜଣଙ୍କର ମିଳିପାରିନି ପରିଚୟ

ଭୁବନେଶ୍ୱର, ୦୩/୦୫: ପୁଣି ରାଜଧାନୀରେ ଜୀବନ ନେଇଛି ଆମ ବସ୍। ଭୁବନେଶ୍ୱର ସ୍ଥିତ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଆମ ବସ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପରିଚୟ ମିଳିପାରିନି । ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଛନ୍ତି । କେବଳ ଭୁବନେଶ୍ୱର ନୁହେଁ କଟକ ରେଭେନ୍ସା ନିକଟରେ ବି ଅନ୍ୟ ଏକ ଆମ ବସ୍ ଦୁର୍ଘଟଣା ଘଟାଇଛି । କଲେଜ ଛକ ନିକଟରେ ଏକ କାରକୁ ପିଟିଛି ଆମ ବସ୍ । ଅଳ୍ପକେ କାର ଚାଳକ ଓ ଭିତରେ ବସିଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି ।