ନୂଆଦିଲ୍ଲୀ,୨୪/୦୪: ଆଜି ଆମ୍ ଆଦମୀ ପାର୍ଟିକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । କିଛିିଦିନ ତଳୁ ସାଂସଦ ରାଘବ ଚଢା ଦଳ ଛାଡ଼ୁଥିବା ନେଇ ଆଲୋଚନା ଜୋର ଧରିଥିଲା । ଆଜି ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ରାଘବ ଚଢ଼ା ଏକା ନୁହଁନ୍ତି ଦଳରୁ ୩ ଜଣ ସାଂସଦ ଆଜି ଇସ୍ତଫା ଦେଇଛନ୍ତି । ରାଘବ ଚଢ଼ାଙ୍କ ନେତୃତ୍ୱରେ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକ ଦଳ ଛାଡିଛନ୍ତି । ସେପଟେ ରାଘବ ଚଢ଼ା ଦାବି କରିଛନ୍ତି ଯେ ଆହୁରି ୮ ଜଣ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ଖୁବଶୀଘ୍ର ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ।