ଓଡ଼ିଶା ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧୦:POSCO ଓ JSW ମୁଖ୍ୟଙ୍କ ସହ ଓଡ଼ିଶା ସରକାରଙ୍କ ଆଲୋଚନା । ଏହି ବୈଠକରେ POSCO Indiaର ମୁଖ୍ୟ ଏସ୍‌.ଏଲ୍‌.ଚୁନ୍, ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଜ୍ୟାକି କିମ୍ ଓ JSW ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଯୋଗ ଦେଇଥିଲେ। ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ଆଲୋଚନାରେ ଓଡ଼ିଶାରେ ଶିଳ୍ପ ବିକାଶ, ପୁଞ୍ଜିନିବେଶ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ନେଇ ସକାରାତ୍ମକ ଆଶା ସୃଷ୍ଟି ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ‘ଓଡ଼ିଶା ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ। ସରକାର ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ, ସୁବିଧା ଓ ଅନୁକୂଳ ପରିବେଶ ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆଣିବା, ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶକୁ ଆହୁରି ଗତିଶୀଳ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *