ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର,୨୦/୦୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ସେମାନଙ୍କ ଶରୀରର ତାପମାତ୍ରା ମଧ୍ୟ ସ୍ୱାଭାବିକ ରହିଛି । ଓରାଙ୍ଗଉଟାନ୍‌ମାନେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଥିବା ଜଣାପଡ଼ିଛି । ଅଭିଜିତ ଭାୱଲଙ୍କ ନେତୃତ୍ୱରେ ଗଠିତ ବୈଷୟିକ ଟିମ୍ ଆଜି ନନ୍ଦନକାନନ କ୍ୱାରେଣ୍ଟାଇନ୍ ଗୃହ ପରିଦର୍ଶନ କରି ସେମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟର ଯାଞ୍ଚ କରିଛନ୍ତି ।ଧୀରେଧୀରେ ଖାଦ୍ୟର ପରିମାଣ ବଢ଼ାଇବା ସହ କଠିନ ଖାଦ୍ୟ ଦେବାକୁ ବୈଷୟିକ ଟିମ୍ ପରାମର୍ଶ ଦେଇଛି । ଏଥିସହ କୃମିନାଶକ ଦେବା ଓ ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *