ପୌରପାଳିକା ଏବଂ ଏନଏସି  ସାଧାରଣ ନିର୍ବାଚନ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଭୁବନେଶ୍ୱର,୧୮/୦୯: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରପାଳିକା ଏବଂ ଏନଏସି  ସାଧାରଣ ନିର୍ବାଚନ ପାଇଁ ସଂଶୋଧିତ ସମୟସୂଚୀ ଜାରି ହୋଇଛି। ୨୪ ସେପ୍ଟେମ୍ବର ୨୦୨୬ ମଧ୍ୟରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ଏବଂ ଆପତ୍ତି ଆହ୍ୱାନ କରାଯିବ। ସେହିପରି ୩ ଅକ୍ଟୋବର ୨୦୨୬ ଆପତ୍ତି ଦାଖଲର ଶେଷ ତାରିଖ ରହିଛି। ୭ ଅକ୍ଟୋବର ୨୦୨୬ ପ୍ରୋଭିଜନାଲ ବିଜ୍ଞପ୍ତି ପ୍ରକାଶ ପାଇବ। ୭ରୁ ୨୧ ଅକ୍ଟୋବର ପର୍ୟ୍ୟନ୍ତ ବିଜ୍ଞପ୍ତି ବିରୋଧରେ ସରକାରଙ୍କ ନିକଟରେ ଅପିଲ କରାଯାଇପାରିବ। ୨୨ ଅକ୍ଟୋବର ସୁଦ୍ଧା ସମସ୍ତ ଅପିଲ ମ୍ୟୁନିସିପାଲ ଆଡମିନଷ୍ଟ୍ରେସନ ନିର୍ଦ୍ଦେଶକଙ୍କ ପାଖରେ ପହଞ୍ଚିବା ଜରୁରୀ। ୨୬ରୁ ୨୮ ଅକ୍ଟୋବର ମଧ୍ୟରେ ଅପିଲ ଶୁଣାଣି ଓ ନିଷ୍ପତ୍ତି ହେବ। ୩୧ ଅକ୍ଟୋବର ୨୦୨୬ରେ ଜିଲ୍ଲାପାଳଙ୍କ ଦ୍ୱାରା ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରାଯିବ।

Leave a Reply

Your email address will not be published. Required fields are marked *