ସେବାୟତଙ୍କ ମଧ୍ୟରେ ବିବାଦ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

ଭୁବନେଶ୍ୱର,୧୮/୦୯: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ। ସେବାକୁ ନେଇ ପୂଜାପଣ୍ଡା ଓ ପତ୍ରୀ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେବା ଠାକୁରଙ୍କ ନୀତିକାନ୍ତି ବନ୍ଦ ହୋଇଛି । ବଡ଼ସିଂହାର ବେଶ ପରଠାରୁ ପୂଜାପଣ୍ଡା ସେବାୟତମାନେ ନୀତିକାନ୍ତି ବନ୍ଦ ରଖିଥିବା ଜଣାପଡିଛି। ସେବାକୁ ନେଇ ପୂଜାପଣ୍ଡା ଓ ପତ୍ରୀ ସେବାୟତଙ୍କ ମଧ୍ୟରେ ମତଭେଦ ଉପୁଜିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ମନ୍ଦିରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିର୍ଦ୍ଧାରିତ ନୀତିକାନ୍ତି ଆଗକୁ ବଢ଼ିପାରିନାହିଁ। ଏହି ବିବାଦର ସମାଧାନ ପାଇଁ ଆଜି ମନ୍ଦିର ପ୍ରଶାସନ ଓ ସମ୍ପୃକ୍ତ ସେବାୟତ ଗୋଷ୍ଠୀ ମଧ୍ୟରେ ବୈଠକ ବସିବ। ବୈଠକରେ ଆଲୋଚନା ପରେ ନୀତିକାନ୍ତି ସ୍ୱାଭାବିକ ହେବା ନେଇ ଆଶା ରହିଛି। ଏନେଇ ସଚ୍ଚି ପୂଜାପଣ୍ଡା ସୂଚନା ଦେଇଛନ୍ତି। ତେବେ ସେବାୟତଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଆଜି ନୂଆ ନୁହେଁ, ଆଗରୁ ମଧ୍ୟ ଅନେକ ଥର ବିବାଦ ହୋଇଛି ।

Leave a Reply

Your email address will not be published. Required fields are marked *