ସୁପ୍ରିମକୋର୍ଟରେ ୩ ସପ୍ତାହ ପାଇଁ ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି

ନୂଆଦିଲ୍ଲୀ,୧୭/୦୯: ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଦାରା ସିଂଙ୍କ ଶୁଣାଣି । ମାମଲାର ଶୁଣାଣିକୁ ଆଉ ୩ ସପ୍ତାହ ପାଇଁ ଘୁଞ୍ଚାଇ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦାରା ସିଂଙ୍କ ପକ୍ଷରୁ ଓକିଲ ଏପି ସିଂ ଅଧିକ ସମୟ ମାଗିବା ପରେ ଶୁଣାଣି ଘୁଞ୍ଚାଯାଇଥିବା ସୂଚନା ମିଳିଛି । ଜେଲ୍‌ରୁ ଆଗୁଆ ମୁକ୍ତି ପାଇଁ ଦାରା ସିଂଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ପକ୍ଷରୁ ତାଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ କରାଯାଇଥିଲା । ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏବେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣିକୁ ଆଉ ୩ ସପ୍ତାହ ଘୁଞ୍ଚାଇଥିବାରୁ ଦାରା ସିଂଙ୍କ ମାମଲାରେ ଆଗାମୀ ଶୁଣାଣି ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *