ଆସନ୍ତାକାଲି ‘ସୁଭଦ୍ରା’ର ଦ୍ୱିତୀୟ ବର୍ଷ ପୂର୍ତ୍ତି, ସନ୍ଧ୍ୟା ୬ଟା ୩୦ରେ ଘରେ ଘରେ ଦୀପ ଜାଳିବା ପାଇଁ ଆହ୍ୱାନ

ଭୁବନେଶ୍ୱର,୧୬/୦୯: ଆସନ୍ତାକାଲି ‘ସୁଭଦ୍ରା’ର ଦ୍ୱିତୀୟ ବର୍ଷ ପୂର୍ତ୍ତି । ଏହି ଅବସରରେ ଭବ୍ୟ ଓ ଦିବ୍ୟ ଢଙ୍ଗରେ ବାର୍ଷିକୀ ପାଳନ କରାଯିବ। ସନ୍ଧ୍ୟା ୬ଟା ୩୦ରେ ଘରେ ଘରେ ଦୀପ ଜାଳିବା ପାଇଁ ସୁଭଦ୍ରା ହିତାଧିକାରୀଙ୍କୁ ଆହ୍ୱାନ କରାଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ, ସେଣ୍ଟ୍ରାଲ ପ୍ରୋଜେକ୍ଟ ଓ ଅଙ୍ଗନବାଡ଼ି କାର୍ଯ୍ୟାଳୟରେ ରଙ୍ଗୋଲି କାର୍ଯ୍ୟକ୍ରମ ହେବ। ରାଜ୍ୟର ୩୩୮ଟି ସ୍ଥାନରେ ପ୍ରତିଯୋଗିତା ଓ ସେଲିବ୍ରେସନ୍ ଆୟୋଜନ କରାଯିବ । ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି । ଏହି ଯୋଜନା ୧ କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପ୍ରଭାବ ପକାଇଛି ବୋଲି କୁହାଯାଇଛି। ଏହାସହ ୨୬ ପ୍ରତିଶତରୁ ଅଧିକ ମହିଳା ଉଦ୍ୟୋଗୀ ହୋଇଥିବା ନେଇ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *