ରାଜ୍ୟରେ ୫ ଦିନ ପ୍ରବଳ ବର୍ଷିବ, ୨୦ ତାରିଖ ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୬/୦୯: ରାଜ୍ୟରେ ୫ ଦିନ ପ୍ରବଳ ବର୍ଷିବ । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ନେଇ ୨୦ ଜିଲ୍ଲା ପାଇଁ ସତର୍କତା ଜାରୀ କରିଛି ପାରିପାଗ ବିଭାଗ । ଆଜି ସକାଳେ ଅଧା ଓଡ଼ିଶା ଅର୍ଥାତ୍ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଆଜି ସକାଳ ସାଢେ ୮ଟାରୁ କାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର , ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ , ଅନୁଗୋଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା , ନୟାଗଡ଼, ଗଞ୍ଜାମ, ଗଜପତି । ପାଣିପାଗ ବିଭାଗର ଆଳକନ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ୨୦ ତାରିଖ ସାରା ଓଡ଼ିଶା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପେଟ ୧୭ରୁ ୨୦ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *