ଭୁବନେଶ୍ୱର,୦୭/୦୯: ଆଉ ବଢ଼ିବନି ଧାନ ପଞ୍ଜୀକରଣ ଅବଧି । ଆଜି ପଞ୍ଜୀକରଣର ଶେଷ ଦିନ ଥିବା ବେଳେ ଆଉ ଅବଧି ବଢ଼ାଯିବ ନାହିଁ ବୋଲି ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । ଏଥର ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ବନ୍ୟା ପାଇଁ ଏବଂ ବିଭିନ୍ନ କାରଣରୁ ସରକାର ପଞ୍ଜୀକରଣ ଅବଧି ବଢ଼ାଇଥିଲେ । ଚାଷୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ୭ ଦିନ ପର୍ଯ୍ୟନ୍ତ ପଞ୍ଜୀକରଣ ସମୟ ବୃଦ୍ଧି କରିଥିଲେ। ଗତକାଲି ଯାଏ ୨୧ ଲକ୍ଷ ୭୨ ହଜାର ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ଗତବର୍ଷ ରାଜ୍ୟରେ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଆଜି ରାତି ୧ ଯାଏ ଚାଷୀ ଚାହିଁଲେ ପଞ୍ଜୀକାରଣ କରିପାରିବେ । ସେହିପରି ସାର ସଙ୍କଟ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ । ଚାଷୀଙ୍କୁ ସରକାର ସାର ଯୋଗାଇ ଦେବାରେ ଅବହେଳା କରିନାହାନ୍ତି । ଏବେବି ୨୪ ହଜାର ୪ ଶହ ଟନ୍ ସାର ଗଚ୍ଛିତ ଥିବା ମନ୍ତ୍ରୀ କହିଛନ୍ତି । ଟିକେ ଅବହେଳା ହେଲେ ଡିଲରଙ୍କୁ ନିଲମ୍ବନ ଓ ଲାଇସେନ୍ସ ରଦ୍ଦ କରାଯାଉଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।