ପାରାନ୍ଦୁର ବିମାନବନ୍ଦର ପ୍ରକଳ୍ପକୁ ବାତିଲ,ଦୁଇଟି ସ୍ଥାନକୁ ତାଲିକାଭୁକ୍ତ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୦୬/୦୯: ତାମିଲନାଡୁରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ଟିଭିକେ ନେତୃତ୍ୱାଧୀନ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପାରାନ୍ଦୁର ବିମାନବନ୍ଦର ପ୍ରକଳ୍ପକୁ ବାତିଲ କରିବାର ମାତ୍ର କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସରକାର ନୂତନ ବିମାନବନ୍ଦର ପାଇଁ ଦୁଇଟି ସ୍ଥାନକୁ ତାଲିକାଭୁକ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ‘ମାନେଲୋର’ ଏବଂ ‘ଚେୟୁର’କୁ ନୂତନ ବିମାନବନ୍ଦର ପାଇଁ ସମ୍ଭାବ୍ୟ ବିକଳ୍ପ ଭାବେ ଚିହ୍ନଟ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ଦୁଇଟି ସ୍ଥାନର ନାମକୁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ନିକଟକୁ ସୁପାରିଶ କରାଯାଇଛି । ଚେନ୍ନାଇ ମେଟ୍ରୋପଲିଟାନ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ କରାଯିବ ।

ପାରାନ୍ଦୁର ପ୍ରକଳ୍ପକୁ ବାତିଲ କରିବା ପରେ ବିରୋଧୀ ଦଳଗୁଡ଼ିକ ବିଜୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ, କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ, ଚେନ୍ନାଇର ବର୍ଦ୍ଧିତ ଆବଶ୍ୟକତା ଓ ଶିଳ୍ପ ବିକାଶ ପାଇଁ ଦ୍ୱିତୀୟ ବିମାନବନ୍ଦରର ଆବଶ୍ୟକତା ନିଶ୍ଚିତ ଭାବେ ରହିଛି, କିନ୍ତୁ ଏହାର ସ୍ଥାନ ଚୟନ ଏପରି ହେବା ଉଚିତ୍ ଯାହାଫଳରେ କୃଷି ଜମି ଏବଂ ଆବାସିକ ବସତିରେ ସର୍ବନିମ୍ନ ବାଧା ସୃଷ୍ଟି ହେବ ।

Leave a Reply

Your email address will not be published. Required fields are marked *