ବନ୍ୟା ପରେ ପରିବା ଦରରେ ନିଆଁ, ସବୁ ପରିବା ଦର ଶୁଣିଲେ ଲାଗୁଛି ଡର

ଭୁବନେଶ୍ୱର,୨୧/୦୮: ବନ୍ୟା ପରେ ଏବେ ବଢ଼ି ଚାଲିଛି ପରିବା ଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ କଟକ ଛତ୍ରବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବନ୍ୟା ଯୋଗୁଁ ରାଜ୍ୟର ଶହ ଶହ ହେକ୍ଟର ପରିବା ଚାଷ ଜମି ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ଚାଷ ଜମିରେ ପାଣି ପଶି ପରିବା ନଷ୍ଟ ହୋଇଯାଇଛି । ଫଳରେ ବଜାରକୁ ପରିବାର ଯୋଗାଣ କମିଛି । ଆଉ ଯୋଗାଣ କମିବା ସହ ଦର ବଢ଼ିବାରେ ଲାଗିଛି । ଅନ୍ୟପଟେ ଏବେ ଶ୍ରାବଣ ମାସ ଚାଲିଥିବାରୁ ପରିବାର ଚାହିଦା ମଧ୍ୟ ବଢ଼ିଛି । ତେଣୁ ଗୋଟିଏ ପଟେ ବନ୍ୟାରେ ଚାଷ ନଷ୍ଟ, ଅନ୍ୟପଟେ ବଢ଼ୁଥିବା ଚାହିଦା—ଦୁଇଟିର ପ୍ରଭାବ ସିଧାସଳଖ ପଡ଼ିଛି ବଜାର ଦର ଉପରେ । ଏବେ ପରିବା କିଣିବାକୁ ଯାଇ ଖାଉଟିଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି । ଆଗକୁ ପରିବାର ଯୋଗାଣ ସ୍ୱାଭାବିକ ନହେଲେ ଦର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ବନ୍ୟାର ପ୍ରଭାବ କେବଳ ଚାଷୀଙ୍କ କ୍ଷେତରେ ନୁହେଁ, ଏବେ ତାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ରୋଷେଇ ଘର ଉପରେ ପଡ଼ିଛି । ବାଇଗଣ କିଲୋ ପ୍ରତି ୭୦ ଟଙ୍କା ଥିବା ବେଳେ ପୋଟଳ କିଲୋ ପ୍ରତି ୧୨୦ ଟଙ୍କା ରହିଛି । ଭେଣ୍ଡି କିଲୋ ପ୍ରତି ୬୦ ଟଙ୍କା । କାଙ୍କଡ଼ କିଲୋ ପ୍ରତି ୭୦ ଟଙ୍କା ଥିବା ବେଳେ
କଞ୍ଚା ଲଙ୍କା କିଲୋ ପ୍ରତି ୧୨୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *