ବଲିଉଡ୍‌ ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରେ ଗୁଳିମାଡ  

ନୂଆଦିଲ୍ଲୀ,୧୯/୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରେ ଗୁଳିମାଡ  ହୋଇଛି। ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ଼ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୩ଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ। ପୋଲିସ କହିଛି ଯେ, ସୂଚନା ମିଳିବା ପରେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲୁ। ଗୁଳିମାଡ଼ର ପଛର କାରଣ ଜଣାପଡ଼ି ନାହିଁ। ପୋଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି। ଅଭିନେତା ଟାଇଗର ଶ୍ରାଫ୍‌ ସୁସ୍ଥ ଅଛନ୍ତି। ପୋଲିସ ମାମଲାର ତଦନ୍ତ ଜାରି ରହିଛି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇ ପୁଲିସ ୧୨ଟି ଟିମ୍‌ ଗଠନ କରିଛି।

Leave a Reply

Your email address will not be published. Required fields are marked *