ନୂଆଦିଲ୍ଲୀ,୧୯/୧୦: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ବଡ଼ ଘୋଷଣା। ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ମହାକାଶ ଗବେଷଣା କମ୍ପାନୀ ସ୍ପେସ୍ଏକ୍ସର ଗୋଟିଏ ଲେଖାଏଁ ଶେୟାର ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଏହା ବ୍ୟକ୍ତିଗତ ଭାବେ ଶେୟାର ଉପହାର ଦେବାର ସବୁଠାରୁ ବଡ଼ ପଦକ୍ଷେପ ମଧ୍ୟରୁ ଗୋଟିଏ ହୋଇପାରେ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏଲନ୍ ମସ୍କ ଏହି ପ୍ରସ୍ତାବ ସମ୍ପର୍କରେ ଏକ ପୋଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆମେରିକାର ପ୍ରତ୍ୟେକ ପିଲାଙ୍କୁ ନିଜର ସ୍ପେସ୍ଏକ୍ସ ଶେୟାରରୁ ଗୋଟିଏ ଲେଖାଏଁ ଦେବେ ବୋଲି ସେ କହିଛନ୍ତି।
ରିପୋର୍ଟ ଅନୁସାରେ, ଆମେରିକାରେ ୧୮ ବର୍ଷରୁ କମ୍ ବୟସର ପ୍ରାୟ ୭.୨ କୋଟି ପିଲା ଅଛନ୍ତି। ଯଦି ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଲେଖାଏଁ ଶେୟାର ଦିଆଯାଏ, ତେବେ ମୋଟ ୭.୨ କୋଟି ଶେୟାର ଆବଶ୍ୟକ ହେବ। ପ୍ରତି ଶେୟାରର ଆନୁମାନିକ ମୂଲ୍ୟ ୧୪୬ ଡଲାର ହିସାବରେ ଏହାର ମୋଟ ମୂଲ୍ୟ ପ୍ରାୟ ୧୦.୫ ବିଲିୟନ ଡଲାର ହେବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୯୯ ହଜାର କୋଟି ଟଙ୍କାରୁ ଅଧିକ।