ଜମ୍ମୁ-କାଶ୍ମୀର, ଗୁୁଜୁରାଟ ଏବଂ ଉତ୍ତର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ

ନୂଆଦିଲ୍ଲୀ,୨୪/୦୭: ଦେଶରେ ମୌସୁମୀ ବର୍ଷାର ପ୍ରକୋପ ଜାରି ରହିଛି । ଜମ୍ମୁ-କାଶ୍ମୀର, ଗୁୁଜୁରାଟ ଏବଂ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବା ସମ୍ଭାବନା ଥିବାରୁ ପ୍ରଶାସନ ସଜାଗ ରହିଛି । ଗୁଜରାଟର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହେବା ସହ ଉଦ୍ଧାରକାର୍ଯ୍ୟ ପାଇଁ NDRF ଟିମ୍ ମୁତୟନ କରାଯାଇଛି । କିଛି ଅଞ୍ଚଳରେ ହେଲିକପ୍ଟର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ଜମ୍ମୁ-କାଶ୍ମୀରରେ ପାହାଡ଼ିଆ ଅଞ୍ଚଳ ପାଇଁ ଭୂସ୍ଖଳନ ଓ ଆକସ୍ମିକ ବନ୍ୟାର ଆଶଙ୍କା ଜାରି କରାଯାଇଛି । ଉତ୍ତର ପ୍ରଦେଶର ଅନେକ ସହରରେ ମଧ୍ୟ ବର୍ଷାକୁ ନେଇ ଆଲର୍ଟ ଜାରି ହୋଇଛି । ଲୋକଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା ଏବଂ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ କୁହାଯାଇଛି । ପାଣିପାଗ ବିଭାଗର କହିବା ଅନୁସାରେ, ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଉତ୍ତର, ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ଆହୁରି କିଛି ଦିନ ବର୍ଷା ଜାରି ରହିପାରେ । ତେଣୁ ସମସ୍ତଙ୍କୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *