ଭୁବନେଶ୍ୱର,୨୩/୦୭: ଆଜି ରାଜ୍ୟରେ ପ୍ରବଳ ବର୍ଷିବ । ସେହିପରି ଦକ୍ଷିଣ ଓଡ଼ିଶାକୁ ଛାଡି ବାକି ଜିଲ୍ଲାଗୁଡିକ ପ୍ରବଳ ବର୍ଷିବ । ଭୀଷଣ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର ଜିଲ୍ଲାରୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଦକ୍ଷିଣ ଓଡ଼ିଶାକୁ ଛାଡି ବାକି ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସାଢେ ୮ଟାରୁ କାଲି ସାଢେ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟୋଲୋ ୱାଣ୍ଣିଂ ଜାରି ହୋଇଛି ।