ନୂଆଦିଲ୍ଲୀ,୧୧/୦୭: ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକରେ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ସ୍ପିଡବୋଟ୍ ବୁଡ଼ିଯାଇଥିଲା । ଯାହା ଫଳରେ ୧୫ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଭିଏତନାମରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି ଓ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଭିଏତନାମ କର୍ତ୍ତୃପକ୍ଷ କହିଛନ୍ତି, ପ୍ରବଳ ପବନ ଓ ଉଚ୍ଚ ଢେଉ ଯୋଗୁଁ ସ୍ପିଡ୍ବୋଟ୍ଟି ଓଲଟି ପଡ଼ିଥାଇପାରେ।ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକର ହାନ୍ ମେ ରୁଟ୍ ଏନ୍ଗୋଇ ନିକଟରେ ୩୨ ଜଣ ଭାରତୀୟ ପର୍ୟ୍ୟଟକ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସ୍ପିଡ୍ ବୋଟ୍ ଶନିବାର ବୁଡ଼ି ଯାଇଥିଲା। ତେବେ ସମୁଦ୍ର ଅଶାନ୍ତ ଥିବାରୁ ଏହା ହାନ୍ ମେ ରୁଟ୍ ଏନ୍ଗୋଇଠାରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ପଡ଼ିଥିଲା ଓ ବୋଟ୍ରେ ଥିବା ସମସ୍ତ ଯାତ୍ରୀ ସମୁଦ୍ରରେ ବୁଡ଼ି ଯାଇଥିଲେ।