ଭୁବନେଶ୍ୱର,୧୧/୦୭: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ନୋଟିସ୍ କରିଛନ୍ତି । ଛୋଟ ପିଲାଙ୍କୁ ଧରି ପ୍ରତିବାଦ ଘଟଣାରେ ବିଜେଡି ସଭାପତିଙ୍କ ସମେତ ୭ଜଣଙ୍କୁ ନୋଟିସ୍ । ଗତକାଲି ଝାରସୁଗୁଡ଼ାରେ ଛୋଟପିଲାଙ୍କୁ ଧରି ପ୍ରତିବାଦ କରିଥିଲେ ଦୀପାଳି ଦାସ, ଅଳକା ମହାନ୍ତି, ଛାତ୍ର ବିଜେଡ଼ି ସଭାନେତ୍ରୀ ଇପ୍ସିତା ସାହୁ ।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ତରଫରୁ ବିଜେଡି ନେତାଙ୍କୁ ନୋଟିସ୍ । ପୂର୍ବତନ CM ନବୀନ, ପୂର୍ବତନ ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସଙ୍କୁ ନୋଟିସ୍ । ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ମଧ୍ୟ ନୋଟିସ କରାଯାଇଛି । ୭ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଜିଲ୍ଲାପାଳ ଦେବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନୋଟିସ୍ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ ।