ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆଗାମୀ ୭ ଦିନ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୦/୦୭ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ । ଆସନ୍ତା ୧୩ ରୁ ପ୍ରବଳ ଵର୍ଷା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୭ ଦିନ ଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଂଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟ,ରାୟଗଡା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ୧୬ ତାରିଖ ଯାଏ ରାଜ୍ୟରେ କିଛି କିଛି ଅଂଚଳରେ ବର୍ଷା ସହ ପ୍ରବଳ ବର୍ଷା ପାଇଁ ମଧ୍ୟ ଚେତାବନୀ ଦେଇଛି ପାଣିପାଗ ବିଭାଗ। ମୟୁରଭଞ୍ଜ ଓ କକେନ୍ଦୁଝରରେ ପ୍ରବଳ ଵର୍ଷା ପାଇଁ ହଳଦିଆ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେପଟେ ୧୩ ଟି ସ୍ଥାନରେ ଵର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ବର୍ଷା ସୁନ୍ଦରଗଡ ଗୁରୁଣ୍ଡିଆ ରେ ୭୧ ମିମି ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *