ଭାଇଜାକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ: ୮ ଶ୍ରମିକଙ୍କ ମୃତ୍ୟୁ,ଏକାଧିକ ଆହତ

ନୂଆଦିଲ୍ଲୀ,୦୮/୦୬; ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଥିବା ଭାଇଜାକ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ୮ ଶ୍ରମିକଙ୍କ ମୃତ୍ୟୁ, ଏକାଧିକ ଆହତ ହୋଇଛନ୍ତି। ଷ୍ଟିଲ ପ୍ଲାଣ୍ଟରେ ଥିବା ଗରମ ଷ୍ଟିଲ ବକେଟ ଭାଙ୍ଗିଯିବାରୁ ଦୁର୍ଘଟଣା ଘଟିଛି । ଅନେକ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଷ୍ଟିଲ ପ୍ଲାଣ୍ଟ ଏସଏମଏସ-ୟୁନିଟ-୨ରେ ଗରମ ଧାତୁ ବକେଟ ଭାଙ୍ଗିଯିବାରୁ ତରଳ ଷ୍ଟିଲ୍ ବୋହି ଯାଇଥିଲା ।ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । କିଛି ଶ୍ରମିକ ଏହି ୟୁନିଟ୍ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ଟିମ୍‌ ଏବଂ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *