ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭଦ୍ରକ ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ନୂଆ ସରକାରୀ ମେଡିକାଲ କଲେଜ

ଭୁବନେଶ୍ୱର,୦୮/୦୬: ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ଏନେଇ ଆଜି ମୟୂରଭଞ୍ଜରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରି କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ଆଉ ଦୁଇଟି ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ଏହା ସହିତ ଚିକିତ୍ସା ସେବା ଓ ଶିକ୍ଷାର ଉନ୍ନତି ପାଇଁ ୭ଟି ଜିଲ୍ଲାରେ ନୂତନ ସରକାରୀ ନର୍ସିଂ କଲେଜ ଏବଂ ୪ଟି ଜିଲ୍ଲାରେ ସରକାରୀ ଡେଣ୍ଟାଲ କଲେଜ ଖୋଲାଯିବ । ମୟୂରଭଞ୍ଜ ଜନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଭଦ୍ରକ ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ନୂଆ ସରକାରୀ ମେଡିକାଲ କଲେଜ । ରାଜ୍ୟର ୭ଟି ଜିଲ୍ଲାରେ ଖୋଲିବ ନୂତନ ସରକାରୀ ନର୍ସିଂ କଲେଜ । ଦନ୍ତ ଚିକିତ୍ସାର ଉନ୍ନତି ପାଇଁ ୪ଟି ଜିଲ୍ଲାରେ ହେବ ଡେଣ୍ଟାଲ କଲେଜ । ଗ୍ରାମାଞ୍ଚଳ ଓ ମଫସଲର ଗରିବ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ନୂଆ କଲେଜ ଦ୍ୱାରା ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ ଦୂର ହେବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ରାଜ୍ୟରେ କମ୍ ଖର୍ଚ୍ଚରେ ମିଳିବ ଡାକ୍ତରୀ ଶିକ୍ଷା । ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ କଟକ-ଭୁବନେଶ୍ୱର ଉପରେ ନିର୍ଭର କରିବାକୁ ପଡ଼ିବନି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଗ୍ରାମାଞ୍ଚଳ ଓ ମଫସଲ ଅଞ୍ଚଳର ଗରିବ ଲୋକମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିପାରିବ ।

Leave a Reply

Your email address will not be published. Required fields are marked *