ଭୁବନେଶ୍ୱର,୦୭/୦୬: ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଗିରଫ କରିଛି । ଚଢ଼ାଉବେଳେ ତାଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିର ଖୁଲାସା ହୋଇଛି ।ଭିଜିଲାନ୍ସ ତଦନ୍ତରେ ବୈକୁଣ୍ଠନାଥ ବେହେରାଙ୍କ ପାଖରୁ ୧୪ଟି ପ୍ଲଟ୍ ଓ ୫ଟି କୋଠା ଥିବା ତଥ୍ୟ ମିଳିଛି । ଏହାସହ ଲକରରୁ ୨ କୋଟି ଟଙ୍କା ନଗଦ ଜବତ ହୋଇଛି । ଅଧିକ ତଦନ୍ତରେ ହୀରା ମୁଦି ଏବଂ ୩ଟି ସୁନା ମୂର୍ତ୍ତି ମଧ୍ୟ ମିଳିଥିବା ଜଣାପଡ଼ିଛି ।