ପ୍ରବଳ ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ଵସ୍ତି, ରାଜଧାନୀରେ ପ୍ରବଳ ବର୍ଷିଲା

ଭୁବନେଶ୍ୱର,୦୬/୦୬: ପ୍ରବଳ ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ଵସ୍ତି । ଭୁବନେଶ୍ୱରରେ ହଠାତ୍‌ ଘୋଟିଆସିଲା କଳାହାଣ୍ଡିଆ ମେଘ । ଦିନ ହୋଇଗଲା ରାତି । ଭୁବନେଶ୍ବରରେ ପ୍ରବଳ ବର୍ଷା ସହ ପବନ ହୋଇଛି । ଯାହା ଦ୍ବାରା ଗଛ ଉପୁଡି ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଘଡି, ବଜୁଳି ସାଙ୍ଗକୁ ପବନ ଅନ୍ଧାର କରିଦଲା ରାଜଧାନୀ ଆକାଶକୁ । କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି କାଳବୈଶାଖୀ । କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି ।

ରାଜଧାନୀରେ କାଳବୈଶାଖୀ କମାଇଦେଲା ୧୪ ଡିଗ୍ରି ତାପମାତ୍ରା । ପ୍ରବଳ ବର୍ଷା ଯୋଗୁଁ ପାରଦ ଖସିବା ସାଙ୍ଗକୁ ତାତି ଓ ଗୁଳୁଗୁଳି କମିଛି । ୩୮ ଡିଗ୍ରି ତାପମାତ୍ରାରେ ଜଳୁଥିଲା ରାଜଧାନୀ । ହନ୍ତସନ୍ତ ହେଉଥିଲେ ଲୋକେ । ନା ବାହାରକୁ ବାହାରି ହେଉଥିଲା ନା ଘରେ ରହୁଥିଲା । ସବୁଠି ଜଳିବା ପରି ପରିସ୍ଥିତି । କିନ୍ତୁ ଅପରାହ୍ଣରେ ଆସିଥିବା କାଳବୈଶାଖୀ ଏକାଥରକେ କମାଇଦେଲା ୧୪ ଡିଗ୍ରି ତାପମାତ୍ରା ।

Leave a Reply

Your email address will not be published. Required fields are marked *