ଭୁବନେଶ୍ୱର,୦୬/୦୬: ରାଜଧାନୀରେ ଅସହ୍ୟ ଗରମ କୁ ଝାଞ୍ଜି ପବନ ମାଡ଼ । ଗତକାଲି ଭଳି ଆଜି ବି ଭୁବନେଶ୍ବରରେ ଭୀଷଣ ତାତି ସାଙ୍ଗକୁ ସକାଳୁ ଗୁଳୁଗୁଳି ଅନୁଭୂତ ହେଉଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରି ରେକର୍ଡ । ଆର୍ଦ୍ରତା ୫୧ ପ୍ରତିଶତ । ହେଲେ ହିଟ୍ ଇଣ୍ଡେକ୍ସରେ ୪୯ ଡିଗ୍ରି ରହିଛି ତାପମାତ୍ରା । ସକାଳ ୫ଟା ୩୦ ବେଳକୁ ତାତି ୩୦.୮ ଡିଗ୍ରି ଥିବା ବେଳେ ଆର୍ଦ୍ରତା ୮୭ ପ୍ରତିଶତ ରହିଥିଲା । ସେହିପରି ୫ଟା ୩୦ ବେଳକୁ ହିଟ୍ ଇଣ୍ଡେକ୍ସ ଥିଲା ୪୩ ଡିଗ୍ରି । ସକାଳ ୮ଟା ୩୦ ବେଳକୁ ଭୁବନେଶ୍ବରରେ ତାତି ୩୩ ଡିଗ୍ରି ରହିଥିଲା । ଏହି ସମୟରେ ଆର୍ଦ୍ରତା ୭୭ ପ୍ରତିଶତ ଥିବା ବେଳେ ହିଟ୍ ଇଣ୍ଡେକ୍ସ ରହିଥିଲା ୪୭ ଡିଗ୍ରି । ଗତକାଲି ରାଜଧାନୀରେ ୪୧ ଡିଗ୍ରି ଉପରେ ପାରଦ ରହିଥିଲା । ହେଲେ ୫୦ ଡିଗ୍ରି ଭଳି ତାତା ଅନୁଭବ କରିଥିଲେ ରାଜଧାନୀବାସୀ । ସେହିପରି ସମ୍ବଲପୁରରେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୬.୬ ଡିଗ୍ରି, ଝାରସୁଗୁଡ଼ା ୩୬, ହୀରାକୁଦ ୩୫.୬ ଓ ପୁରୀରେ ୩୫.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।