ବଡ଼ ମହାସ୍ନାନ ନୀତି ପରେ ଶ୍ରୀମନ୍ଦିରରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ

ଭୁବନେଶ୍ୱର,୩୦/୦୫: ଶ୍ରୀମନ୍ଦିର ଭିତର କାଠରେ କଂଖାର ପଡିଥିବାରୁ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠରେ ଜନୌକ ବ୍ୟକ୍ତି କଂଖାର ପକାଇଥିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେଉଅଛି । ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୧ ଘଣ୍ଟା ବନ୍ଦ ରହିଥିଲା । ଦର୍ଶନ ବନ୍ଦ ଥିବାରୁ ଭକ୍ତ ମାନେ ବ୍ୟାରିକେଡ଼ ରେ ଅପେକ୍ଷା କରିଛନ୍ତି । ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୌଧ କରାଯିବା ପରେ ମହାପ୍ରଭୁଙ୍କ ପୁନଃ ଦର୍ଶନ ଆରମ୍ଭ ହୋଇଛି । ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଥିଲା । ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାରୁ ଦେଖିବାକୁ ମିଳିଥିଲା। ୮ ଟା ୨୬ ରେ ମହାସ୍ନାନ ନୀତି ଲାଗିଥିବା ବେଳେ ୯ ଟା ୧୦ ରେ ଧୁଆ ଧୂଇ ହୋଇ ଚୂନ ପଡ଼ିବା ପରେ ପ୍ରାୟ ୯ ଟା ୫୦ ବେଳକୁ ମହାସ୍ନାନ ପୂଜା ଶେଷ ହୋଇଥିଲା । ପରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ।

Leave a Reply

Your email address will not be published. Required fields are marked *