ବିହାରରେ ଅଘଟଣ: ଡଙ୍ଗା ବୁଡି ଦୁଇ ଜଣଙ୍କ ମୃତ୍ୟୁ, ୫ଜଣ ନିଖୋଯ

ନୂଆଦିଲ୍ଲୀ,୨୮/୦୫: ବିହାରର ସମସ୍ତିପୁର ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦାୟକ ଘଟଣା ଘଟିଯାଇଛି । ମୋହିଉଦ୍ଦିନନଗର ବ୍ଲକର ସୁଲତାନପୁର ଦିଆରା ନିକଟରେ ପ୍ରାୟ ୧୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାର ସୂଚନା ରହିଛି। ଏହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ସରକାରୀ ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫:୩୦ ସମୟରେ ପ୍ରବଳ ପବନ ଯୋଗୁଁ ଗଙ୍ଗା ନଦୀ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଥିବା ଲୋକମାନେ ମୁଖ୍ୟତଃ ମହିଳା ଥିଲେ ଏବଂ ସେମାନେ ନଦୀ ପାର ହୋଇ ପୋଟଳ ଓ ଅନ୍ୟାନ୍ୟ ପନିପରିବା ଆଣିବାକୁ ଯାଉଥିଲେ । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *