ଭୁବନେଶ୍ୱର,୨୫/୦୫: ପୁରୀରେ ହେବ ବ୍ରିକ୍ସ ସମ୍ମିଳନୀ । ବିପର୍ଯ୍ୟୟ ପରିଚାଳନା ପାଇଁ ଚାଲିବ ମାନସମନ୍ଥନ । ଜୁନ୍ ୩ ରୁ ୫ ତାରିଖ ଯାଏଁ ବ୍ରିକ୍ସ ରାଷ୍ଟ୍ରସମୂହର ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ୍ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ପୁରୀରେ ହେବ । ଏହି ସୂଚନା ଦେଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହି ସମ୍ମିଳନୀରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗ ଦେବେ । ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିବେ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧି ଯୋଗ ଦେବେ। ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଛି।