ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ?

ନୂଆଦିଲ୍ଲୀ, ୨୩/୦୫: ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ଦେଶର ତୈଳ କମ୍ପାନିଗୁଡ଼ିକ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ବଢ଼ିଛି। ସାରା ଭାରତରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି। ଇନ୍ଧନ ମୂଲ୍ୟରେ ଏହି ସଦ୍ୟତମ ବୃଦ୍ଧି ବିଶ୍ୱ ଭୂରାଜନୈତିକ ଅସ୍ଥିରତା ସହିତ ଜଡିତ ଥିବା କୁହାଯାଉଛି। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ଆନ୍ତର୍ଜାତୀୟ ଅଶୋଧିତ ତୈଳ ଯୋଗାଣକୁ ବାଧାପ୍ରାପ୍ତ କରିଛି। ଫଳରେ ମୂଲ୍ୟ ଉପରେ ଚାପ ସୃଷ୍ଟି କରିଛି।ପୂର୍ବରୁ, ମେ’ ୧୬ ତାରିଖରେ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ-ଡିଜେଲ ଦରରେ ପ୍ରାୟ ୩ ଟଙ୍କା ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ, ଏବଂ ପରେ ମେ’ ୧୯ ତାରିଖରେ ୯୦ ପଇସା ବୃଦ୍ଧି କରାଯାଇଥିଲା। ସାମଗ୍ରିକ ଭାବରେ, ଗତ ୧୦ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ପେଟ୍ରୋଲ-ଡିଜେଲ ଦରରେ ପ୍ରତି ଲିଟର ପିଛା ଅତିରିକ୍ତ ୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *