କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ହ୍ବାଟ୍ସଆପରେ ଅଜଣା ନମ୍ୱରରୁ ଆସିଲା ହତ୍ୟା ଧମକ

ଭୁବନେଶ୍ୱର,୨୨/୦୫: କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକଙ୍କୁ ହ୍ବାଟ୍ସଆପରେ ଅଜଣା ନମ୍ୱରରୁ ହତ୍ୟା ଧମକ ଆସିଥିବା ଅଭିଯୋଗ ହୋଇଛି। ଶୀଘ୍ର ସୋସିଆଲ୍ ମିଡିଆରେ ଏସବୁ ବନ୍ଦ କରିବାକୁ କିଛି ଲୋକ ଧମକ ଦେଇଛନ୍ତି। ମହାରାଷ୍ଟ୍ର ଛତ୍ରପତି ସାମ୍ଭାଜୀ ନଗରରେ ରହୁଥିବା କ୍ରକୋଚ୍ ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକଙ୍କ ବାପା ଭଗବାନ ଓ ମାଆ ଅନିତା ଇନଷ୍ଟାଗ୍ରାମରେ କକ୍ରୋଚ୍ ପାର୍ଟିର ଲୋକପ୍ରିୟତା ଦେଖି ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ପୁଅ ସମସ୍ୟାରେ ପଡ଼ିପାରେ ଓ ଗିରଫ ମଧ୍ୟ ହୋଇପାରେ । ସେମାନେ କହିଛନ୍ତି, ତାଙ୍କ ପୁଅ ରାଜନୀତିରେ ପ୍ରବେଶ କରୁ ବୋଲି ସେମାନେ ଚାହାନ୍ତି ନାହିଁ । ଅଭିଜିତଙ୍କ ପଦକ୍ଷେପ ବିଷୟରେ ଜାଣିବା ପରେ ଆଖିରୁ ନିଦ ହଜିଯାଇଛି ବୋଲି ସେମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *