ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ, ରାସ୍ତାରେ ନମାଜ ପାଠ ମନା

ନୂଆଦିଲ୍ଲୀ, ୨୨/୦୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡା ନିର୍ଦ୍ଦେଶ । ରାସ୍ତାରେ ନମାଜ ପାଠ କରାଯାଇ ପାରିବ ନାହିଁ।  ଉତ୍ତର ପ୍ରଦେଶର ରାସ୍ତା ମାନଙ୍କରେ ନମାଜ ପାଠ  ନକରିବାକୁ  ସିଧା ସିଧା ମନା କରି ଦେଇଛନ୍ତି ଯୋଗୀ  । ଯୋଗୀଙ୍କ ଏହି ନିଷ୍ପତ୍ତିକୁ ଉଲେମାଙ୍କ ସମର୍ଥନ ମିଳିଛି ।  ଉତ୍ତରପ୍ରଦେଶରେ ଆଗାମୀ ବକ୍ରିଇଦ (ଈଦ-ଉଲ୍-ଅଦହା) ପର୍ବ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସାଧାରଣ ଜନତାଙ୍କ ସୁବିଧା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ ଧର୍ମଗୁରୁ ବା ଉଲେମାମାନେ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ରାସ୍ତା ଉପରେ କିମ୍ବା ସାଧାରଣ ପରିବହନ ବାଧାପ୍ରାପ୍ତ ହେଉଥିବା ସ୍ଥାନରେ ନମାଜ ପଢ଼ାଯାଇପାରିବ ନାହିଁ । ଏହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୁଏ ଏବଂ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୁଏ । ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର କେବଳ ନିର୍ଦ୍ଧାରିତ ଧାର୍ମିକ ସ୍ଥଳ ପରିସର ମଧ୍ୟରେ ହିଁ ନମାଜ ପଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *