ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ, ୪୬ ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୧/୦୫ : ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ଖରା, ଗରମ ସାଧାରଣ ଜୀବନଯାତ୍ରା କରୁଛି ପ୍ରଭାବିତ । ଗତ କାଲି ରେକର୍ଡ ୪୬ ଡିଗ୍ରି ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏହାସହ ରାଜ୍ୟର ୧୬ ଟି ସ୍ଥାନରେ ୪୦ ଡିଗ୍ରି ଉପରେ ରହିଥିଲା ତାପମାତ୍ରା । ଆଜି ବି ତାତି କରିବ କଲବଲ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ । କିଛି ସ୍ଥାନରେ ୪୬ ଡିଗ୍ରି ତାପମାତ୍ରା ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଉପକୂଳରେ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ । ତେବେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ । ମେ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ରହିବ । ଦିନବେଳେ ଆକାଶ ମେଘମୁକ୍ତ ରହୁଥିବାରୁ ଖରାର ପ୍ରଭାବ ମଧ୍ୟ ବଢ଼ୁଛି ।

Leave a Reply

Your email address will not be published. Required fields are marked *