ପେଟ୍ରୋଲ, ଡିଜେଲ ପରେ ଏବେ ମହଙ୍ଗା ହେଲା ସିଏନଜି, ଏକାଥରକେ ୨ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୧୭/୦୫: ପେଟ୍ରୋଲ, ଡିଜେଲ ପରେ ଏବେ ସିଏନଜି କିଲୋ ପିଛା ଏକାଥରକେ ୨ଟଙ୍କା ବଢ଼ିଛି। ଏହାକୁ ନେଇ ଚିନ୍ତାରେ ଗ୍ରାହକ। ତେଲ ସଂକଟ ପରେ ପେଟ୍ରୋଲ ଓ ଡିଜେଲ ପାଇଁ ପମ୍ପରେ ଲାଇନ ଲଗାଇ ହନ୍ତସନ୍ତ ହୋଇଥିଲେ ଗ୍ରାହକ। ଏହାରି ଭିତରେ ପେଟ୍ରୋଲ ଓ ଡିଜେଲର ଦାମ ୩ଟଙ୍କା ବଢ଼ିଲା। ଏହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ସିଏନଜି ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବଢ଼ିଛି। ଫଳରେ ତୈଳ କମ୍ପାନୀ ଦର ବୃଦ୍ଧି କରିଛନ୍ତି। ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି। ପ୍ରଥମେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଥିଲା। ଏକାଥରକେ ଘରୋଇ ସିଲିଣ୍ଡରେ ୬୦ଟଙ୍କା ବୃଦ୍ଧି ପାଇଥିଲା। ଏହାପରେ କମର୍ସିଆଲ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଥିଲା। ଏବେ ପେଟ୍ରୋଲ, ଡିଜେଲ ଓ ସିଏନଜିର ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢ଼ାଇ ଦେଇଛି।

Leave a Reply

Your email address will not be published. Required fields are marked *